ଆଉ କିଛି ସମୟ ମଧ୍ୟରେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଏବଂ ତାଙ୍କ ସମର୍ଥକ ସହ ବିଜେପି କାର୍ଯ୍ୟାଳୟ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି କୈଳାସ ଚନ୍ଦ୍ର କୁଲେସିକା ୨୦୧୪ ମସିହାରେ କଂଗ୍ରେସ ଦଳ ତରଫରୁ ନିର୍ବାଚନ ଲୋଡ଼ି ତାଙ୍କ ପ୍ରତିଦ୍ବନ୍ଦୀ ହେମା ଗମାଙ୍ଗ ବିଜେଡି କୁ ଓଡ଼ିଶାର ସର୍ବ ବୃହତ ବ୍ୟବଧାନ ରେ ପରାସ୍ତ କରିଥିଲେ ୨୦୧୯ ମସିହାରେ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନିଙ୍କ ଠାରୁ ମାତ୍ର ଅଳ୍ପ ଭୋଟ ୨୨୯ ଖଣ୍ଡ ଭୋଟରେ ହାରି ଯାଇଥିଲେ। କିନ୍ତୁ ୨୦୨୧ ମସିହାରେ କଂଗ୍ରେସ ଦଳ ଛାଡ଼ି ବିଜେଡି ଯୋଗ ଦେଇ ଥିଲେ। ବିଜେଡ଼ି ଦଳର ସାଧାରଣ ସମ୍ପାଦକ ମଧ୍ୟ ଥିଲେ। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଲୋକଙ୍କ ସୁଖଦୁଃଖରେ ସାମିଲ ହେଉଥିଲେ ବର୍ତ୍ତମାନ ବିଜେଡି ବିଧାୟକ ଟିକଟ୍ ନ ମିଳିବା ଫଳରେ ସେ ଦଳରେ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ି ବିଜେପି ଯୋଗ ଦେଉଥିବା ସୂଚନା ମିଳିଛି।