ଖବର ଅନୁଯାୟୀ ବୁଧବାର ଅପରାହ୍ନରେ ଶାହାରୁଖ ଖାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି , ଅସୁସ୍ଥତା କାରଣରୁ ଅହମ୍ମଦାବାଦର KD ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।

ମଙ୍ଗଳବାର ରାତିରେ କେକେଆରର ଆଇପିଏଲ ମ୍ୟାଚରେ ଯୋଗଦେବା ପରଠାରୁ ଶାହରୁଖ ଖାନ ଗୁଜରାଟରେ ଥିଲେ।

SRK ର ଡାକ୍ତରଖାନାରେ ଭର୍ତ୍ତି ହେବା ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଚି| କିଙ୍ଗ ଖାନଙ୍କ ଉଦେଷ୍ୟ ରେ ଅନେକ ପ୍ରଶଂସକ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ରେ କିଙ୍ଗ ଖାନ ଙ୍କ ଆରୋଗ୍ୟ କାମନା ପାଇ ପୋଷ୍ଟ କରିଥିଲେ,
ଜଣେ ପ୍ରଶଂସକ ଲେଖିଥିଲେ ଯେ, “OMG, ମୁଁ ଆଶା କରୁଛି ସେ ଭଲରେ ଅଛନ୍ତି,
ଆଉ ମଧ୍ଯ କେହି କେହିଲେଖିଥିଲେ ଯେ ‘ଶୀଘ୍ର ଆମ ରାଜା ସୁସ୍ଥ ହୁଅନ୍ତୃ।’
ରିପୋର୍ଟରେ ଦର୍ଶାଯାଇଛି ଯେ ଶାହରୁଖ ଖାନ ଡିହାଇଡ୍ରେସନ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ପରେ ଡିସଚାର୍ଜ ହୋଇଥିଲେ। ତଥାପି, ତାଙ୍କ ସ୍ୱାସ୍ଥ୍ୟ ସ୍ଥିତି ଉପରେ କୌଣସି ଅଫିସିଆଲ୍ ଅପଡେଟ୍ ନାହିଁ |