ଭୁବନେଶ୍ବର , 18/06/2024
ଆଜି ଅପରାହ୍ନରେ ପୁରୀ ସଂସ୍କୃତି ଭବନ ପରିସରରେ ପିଏମ କିଶାନ ସମ୍ମାନ ନିଧିର ୧୭ ତମ କିସ୍ତି ସମାରୋହ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦାନ କରି କୃଷକମାନଙ୍କୁ ସହଯୋଗ ଓ ସେମାନଙ୍କ ଆର୍ଥିକ ସମୃଦ୍ଧି ପାଇଁ ଏହା ପ୍ରଧାନମନ୍ତ୍ରୀଙ୍କର ଏହା ସୁନ୍ଦର ପଦକ୍ଷେପ ବୋଲି ଉଲ୍ଲେଖ କରିଛନ୍ତି | ଏହି କାର୍ଯ୍ୟକ୍ରମ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପୁରୀ ଜିଲ୍ଲାସ୍ଥିତ ବ୍ଳଊ ଫ୍ଲାଗ ବେଳାଭୂମିରେ ଥିବା ମିଲେଟ ଶକ୍ତି କାଫେକୁ ପରିଭ୍ରମଣ କରିଥିଲେ | ସେଠାରେ କାର୍ଯ୍ୟରତ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ ଜନସାଧାରଣଙ୍କ ସହ ଖାଦ୍ୟର ଗୁଣବତ୍ତା ବିଷୟରେ ଆଲୋଚନା କରିଥିଲେ |

ଗ୍ରାହକମାନଙ୍କଠାରୁ ଖାଦ୍ୟ ଓ ସେବା ବାବଦରେ ଭଲ ମତାମତ ପାଇ ଖୁସିବ୍ୟକ୍ତ କରିଥିଲେ | ସେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ କାର୍ଯ୍ୟକୁ ପ୍ରଶଂସା କରି ଆହୁରି ଭଲ କାମ କରିବାକୁ ଉତ୍ସାହିତ କରିଥିଲେ | ଆହୁରି ପୁଣି ଶ୍ରୀମତୀ ପରିଡା ବନ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ବ୍ଳଊ ଫ୍ଲାଗ ବେଳଭୂମିର ବିକାଶ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ | ସେ ପୁରୀ ଜିଲ୍ଲାସ୍ଥିତ ପାନ୍ଥନିବାସକୁ ପରିଭ୍ରମଣ କରି ଏହାର ପରିଚାଳନା ଓ ସେବା ବିଷୟରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ |