ଗଳିପଡିଲା ମିଶନଶକ୍ତି କାଫେ ର ସିଲିଂ, ଅଳ୍ପକେ ବର୍ତିଲେ ତିନି ଗ୍ରାହକ, ଖାଇବସିଥିବା ବେଳେ ତିନିଜଣଙ୍କ ଉପରେ ଛିଣ୍ଡି ପଡ଼ିଲା ସିଲିଂ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ନିକଟରେ ଥିବା ମିଶନଶକ୍ତି କାଫେ ରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ମଧ୍ୟାହ୍ନ ସମୟରେ ତିନି ଗ୍ରାହକ ଖାଉଥିବା ବେଳେ ହଠାତ୍ ଭୁଷୁଡି ପଡିଗଲା ସିଲିଂ ।
ଅଳ୍ପକେ ବର୍ତିଯାଇଛନ୍ତି ତିନି ଗ୍ରାହକ l ଏହି କୋଠରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଖାଦ୍ୟ, ଜଳଖିଆ ପ୍ରସ୍ତୁତ କରି ବିକ୍ରି କରିଆସୁଥିବାର ବେଳେ ,ଖାଦ୍ୟ ଖାଉଥିବା ସମୟରେ ଏହା ଶବ୍ଦ କରି ପଡିବା ବେଳେ ତିନି ଗ୍ରାହକ ଦୌଡିପଳାଇ ନିଜ ଜୀବନ ବଞ୍ଚାଇଛନ୍ତି । ସୂଚନା ମୁତାବକ ଛଅ ମାସ ପୂର୍ବେ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ ଏହାର ଶୁଭ ଉଦଘାଟନ କରିଥିଲେ ।
ପୁରୁଣା ଆତ୍ମା କାର୍ଯ୍ୟାଳୟ ଗୃହକୁ ରଙ୍ଗ ମାରି ମିଶନଶକ୍ତି କାଫେ ନାମ ଦିଆଯାଇଥିଲା । ନିମ୍ନମାନର କାମ ହୋଇଥିବା କାରଣରୁ ଏହାର ଦୁର୍ବଳ କାନ୍ଥରୁ ସିଲିଂ ଖସିପଡିଥିବା ନେଇ ଲୋକେ ଆଲୋଚନା କରୁଥିବା ବେଳେ,କେତେବେଳେ ଘରର କାନ୍ଥ ଓ ଛାତ ମଧ୍ୟ ପଡିଯିବ ବୋଲି ଆଶଙ୍କା କରାଯାଇଛି । ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏଭଳି ବହୁତ୍ କାଫେ କରାଯାଇଛି ସେଗୁଡ଼ିକର ଅବସ୍ଥା ଏ ଭଳି ନହେବ କଥାକୁ ଏଡେ଼ଇ ଦିଆ ନ ଯାଇପାରେ ।