ଗତ ରବିବାର ଦିନ ଅପରାହ୍ନ 3 ଘଟିକା ସମୟରେ ରାଜଧାନୀ ଭୁବନେଶ୍ଵର ଠାରେ( ରାଜ୍ୟ ସମାଜସେବୀ ମହାସଂଘ, ଓଡ଼ିଶା)ର ସାଧାରଣ ବୈଠକ ଉପସଭାପତି ହରିଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |
ଏହି ବୈଠକରେ ସର୍ବସମ୍ମତି କ୍ରମେ ଶ୍ରୀମତୀ ଅମୀୟବାଳା ପରିଡ଼ା ଙ୍କୁ ରାଜ୍ୟ ମହିଳା ସଭାପତି, ନାରାୟଣ ସାହୁ ଙ୍କୁ ରାଜ୍ୟ ସଭାପତି, ସାଗର ସୁନ୍ଦର ଦାଶ ଙ୍କୁ ରାଜ୍ୟ ସମ୍ପାଦକ ଭାବେ ଚୟନ କରାଯାଇଛି ।

ସେହିପରି ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ନରୋତ୍ତମ ଦାସ ଙ୍କୁ ମହାସଚିବ ପଦବୀରେ ଅଧ୍ୟୁସିତ କରାଯାଇଥିବା ବେଳେ, ଆବାହକ ଭାବେ ପଣ୍ଡିତ ଶ୍ରିପତି ଆଚାର୍ଯ୍ୟ, ଏବଂ ରାଜ୍ୟ ଉପଦେଷ୍ଟା ଭାବେ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ ଙ୍କୁ ଏବଂ ପରିଚାଳନା କମିଟି ସଦସ୍ୟ ଭାବେ ଗଗନ ବିହାରୀ ପାଇଟାଲ ଙ୍କୁ ଗୁରୁ ଦାୟିତ୍ଵ ଦିଆଯାଇଛି |
ଅନୁରୂପ ଭାବେ ଶ୍ରୀଯୁକ୍ତ ମାନସ ଥାଟୋଇ ଙ୍କୁ ରାଜ୍ୟ କୋଷାଧ୍ୟକ୍ଷ, ହରିଶ ପଟ୍ଟନାୟକ ଙ୍କୁ ରାଜ୍ୟ ଉପସଭାପତି, ଆଲୋକ ରଂଜନ ଦାସ ଙ୍କୁ ରାଜ୍ୟ ସଂଯୋଜକ, ରାକେଶ କୁମାର ମହାପାତ୍ରଙ୍କୁ ରାଜ୍ୟ ଉପ-ସମ୍ପାଦକ, ଏବଂ ଶ୍ରୀମତୀ ରଞ୍ଜୁକ୍ତା ବେହେରା ଙ୍କୁ ରାଜ୍ୟ ମିଡ଼ିଆ ସଂଚାଳକ ଭାବେ ଚୟନ କରାଯାଇଛି|
ରାଜ୍ୟ ସମାଜସେବୀ ମହାସଂଘ ସହ ଯୋଡ଼ି ହୁଅନ୍ତୁ
ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ସଙ୍ଗଠନ ମାନଙ୍କୁ ନେଇ ସୁଦୃଢ କରିବା ସହିତ ସମାଜସେବୀ ମାନଙ୍କ ସୁରକ୍ଷା ଏବଂ ମାନବ କଲ୍ୟାଣ ପାଇଁ ବିଭିନ୍ନ ସୂଚନାତ୍ମକ୍ ମୂଳକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଯାଇଛି |