କୋରାପୁଟ ଜିଲ୍ଲା ମାଓ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ ଠାରେ ବୁଧବାର ଦିନ ରାଜ୍ୟ ସରକାରଙ୍କ ଶୁଭଦ୍ରା ସଚେତନତା ରଥ ଟିକୁ ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଗଲାଦି ତ୍ରୀନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରି ଥିବା ବେଳେ ଅତିଥି ଭାବେ ନାରାୟଣପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୀୟୂଷ ଲୁହା, ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଅଙ୍ଗନବାଡ଼ି ସୁପୋରଭାଜୋର, ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ ଓ ସ୍ୱୟଂ ସହାୟିକା ମହିଳା ମାନେ ପ୍ରମୁଖ ଉପସ୍ଥିତ ସୁଭଦ୍ରା ରଥ ଟିକୁ ମୁଖ୍ୟ ଅତିଥି ଗଲାଦି ତ୍ରୀନାଥ ଓଡ଼ିଶାର ସାଢ଼େ ଚାରି କୋଟିଙ୍କ ଆରାଧ୍ୟା ଦେବୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫୋଟରେ ପୂଜା ଅର୍ଚ୍ଚନା କରି ନଡ଼ିଆ ମାରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ସୁଭଦ୍ରା ରଥ ପ୍ରଥମ ଦିନ କୁମ୍ଭାରୀ, ବର୍ଗୀ ଓ ଲଙ୍ଗଳବେଡ଼ା ପଞ୍ଚାୟତ ଦ୍ଵିତୀୟ ଦିନ ନାରାୟଣପାଟଣା,ପଡ଼ାପଦର ଓ ତଳଗୁମାଣ୍ଡି ପଞ୍ଚାୟତ ତୃତୀୟ ଦିନରେ ବାଲିପେଟା, ତେନ୍ତୁଳିପଦର ଓ ବିଜାଘାଟି ପଞ୍ଚାୟତର ଗାଁ ଗାଁ ବୁଲି ମହିଳା ମାନଙ୍କୁ ସଚେତନତା କରିବା ସହ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀ ମହିଳା ଯେପରି ଏହି ଯୋଜନା ରୁ ବଞ୍ଚିତ ନହୋଇ ସାମାଳି ହୋଇ ପାରିବେ ରଥ ଭୁଲିବା ସମୟରେ ଯେଉଁ ଗାଁ ରଥ ଗଲେ ସେହି ଗାଁର ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିବେ ବୋଲି ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଗଲାଦି ତ୍ରୀନାଥ ପ୍ରକାଶ କରିଛନ୍ତି