ପ୍ରଦୀପଙ୍କ ପଛରେ ଆଉ ଲାଗିବେନି ବିଜେଡ଼ି ନେତା ,ପାୱାରଫୁଲ ନେତାଙ୍କୁ ପଡ଼ିଲା ପ୍ରଦୀପ ଙ୍କ ଅଭିଶାପ ,ବିଜେପିର ଗେହ୍ଲା ପୁଅ ଏବେ ପ୍ରଦୀପ ପାଣିଗ୍ରାହୀ !
ଜନତାଙ୍କ ଆଶୀର୍ବାଦ ପ୍ରଦୀପ ଙ୍କ ପ୍ରଦୀପ ଶିଖାକୁ ଉଜ୍ଜ୍ଵଳୀତ କରୁଛି
ପ୍ରଦୀପ ପାଣିଗ୍ରାହୀ ଏହି ନାଁ ଶୁଣିଲେ ଥର ହର ହେଉଛନ୍ତି ବିଜେଡ଼ି ନେତା ମାନେ। ପ୍ରଦୀପ ଙ୍କ ପଛରେ ଲାଗିବା ତ ଦୂରର କଥା ପ୍ରଦୀପ ଙ୍କ ନା ଧରିବାକୁ ବି ପାୱାର ଫୁଲ ନେତା କରି ପାରୁ ନାହାଁନ୍ତି ସାହସ। କାରଣ ପୁର୍ବରୁ ଯେଉଁ ବିଜେଡ଼ି ନେତା ପ୍ରଦୀପ ଙ୍କ ପ୍ରଦୀପ ଲିଭେଇବାକୁ ଚେଷ୍ଟା କରିଥିଲେ ସେମାନେ ପ୍ରଦୀପ ଙ୍କ ଅଭିଶାପ ରେ ପାୱାର ଲେସ ହୋଇ ପଡିଚନ୍ତି।
https://youtu.be/paXAAUsB3bA?si=8cQ7N_gzveWEM8Ks
ବିଜେଡ଼ି ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିନେ କ୍ଷମତା ବଳରେ ପ୍ରଦୀପ ଙ୍କୁ ହଇରାଣ କରିଥିଲେ। କ୍ଷମତା ରେ ଥିଲେ ଆଉ ଈଶାରା ଦେଇ ନଚାଉ ଥିଲେ। ଗାଦିର ଅପବ୍ୟବହାର କରୁଥିଲେ। ହେଲେ ଏବେ ସେ ପାୱାର ଫୁଲ ରୁ ହୋଇଗଲେ ପାୱାର ଲେସ। ଯେଉଁ କ୍ଷମତା ରେ ରହି ଗର୍ବ ଅହଂକାର ରେ ପୋତି ହୋଈ ଯାଉଥିଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି ସେହି ଗର୍ବ ଅହଂକାର କୁ ସହିଲେନି ପ୍ରଭୁ ଜଗନ୍ନାଥ। ପ୍ରଦୀପ ଙ୍କ ଅଭିଶାପ ରେ ନିର୍ବାଚନ ରେ ନିଜେ ହାରିବା ସହିତ ମା ଙ୍କୁ ପରାଜୟ ର ଦୁଃଖ ସହିବାକୁ ପଡିଲା। ବିଜେଡ଼ି ରେ ପ୍ରଦୀପ ଙ୍କ ଚେର କାଟିଥିବା ପାଣ୍ଡିଆନ ନିଜ ଗୋଡ଼ରେ ନିଜେ କୁରାଢି ମାରି ରାଜନୀତି ରୁ ସନ୍ନ୍ୟାସ ନେଇ ଗଲେ। ଆଉ ବିଜେଡ଼ି ସୁପ୍ରିମୋ ଅଫିସର ଓ ବାବୁ ଙ୍କ କଥା ରେ ପ୍ରଦୀପ ଙ୍କୁ ଯେଉଁ ଧକା ଦେଇଥିଲେ ସେମିତି ସେ ନିଜେ ଧକା ଖାଇଗଲେ। ପ୍ରଦୀପ ଙ୍କ ଅଭିଶାପ ରେ 24 ବର୍ଷ ର ଲେଖା ଛିଡି ଗଲା। 2024 ନିର୍ବାଚନ ରେ ପ୍ରଦୀପ ପାଣିଗ୍ରାହୀ ଥିଲେ ବେଶ୍ ଚର୍ଚ୍ଚା ରେ। ବିଜେଡ଼ି ଛାଡ଼ି ବିଜେପି ରେ ମିଶିଥିବା ପ୍ରଦୀପ ବିଜେଡ଼ି କୁ କରୁଥଲେ ଥର ହର। ପ୍ରଦୀପ ତୁଣ୍ଡ ଖୋଲୁଥିଲେ ଖୋଲୁ ଥିଲା ବିଜେଡ଼ି ନେତାଙ୍କ ଗୁମର। ବିଜେଡ଼ି ସୁପ୍ରିମୋ ଙ୍କ ଠୁ ଆରମ୍ଭ କରି ଓ ତାମିଲ ବାବୁ, ବିଜେଡ଼ି ସଙ୍ଗଠକ ସମ୍ପାଦକ ଙ୍କ ଗୁମର ଫିଟାଇ ବର୍ଶୁ ଥିଲେ ତାଙ୍କ ଉପରେ। ପ୍ରଦୀପ ଓଡ଼ିଶା ରାଜନୀତି ରେ ପାଣ୍ଡିଆନ ଙ୍କ ଦବ ଦବା କୂ ଜମା ସହ୍ୟ କରିପାରୁ ନଥିଲେ। ପାଣ୍ଡିଆନ ଙ୍କୁ ରାଜନୀତି ରୁ ହଟାଇବା ପାଇଁ ତାଙ୍କ କବଳରୁ ଓଡ଼ିଶା ବାସୀ ଙ୍କୁ ମୁକ୍ତ କରିବା ପାଇଁ ଗଣ ମାଧ୍ୟମ ଦ୍ଵାରା ବାରମ୍ବାର ବିଜେଡିକୁ ଶାଣିତ ଆକ୍ରମଣ କରୁଥଲେ। ବିଜେଡ଼ି ର ଲେଖା ଚିଡ଼େଇବା କଥା କହୁଥିବା ପ୍ରଦିପ ଶେଷରେ ଲେଖା ଛିଡେଇ ଦେଲେ। ତେବେ ବିଜେଡ଼ି ପ୍ରଦିପ ଙ୍କୁ ହରାଇବା ପାଇଁ ଜି ଜାନ୍ ଲଗେଇ ଦେଇଥିଲେ। ପ୍ରଦୀପ ଙ୍କ ପଛରେ ସଡଯନ୍ତ୍ର କରିବା ସହ ଓଷଧ ବିକଳରେ ତାଟିଆ କାମୁଡି ଆକ୍ରମଣ କରିବାକୁ ବି ରଚା ଯାଇଥିଲା ସଡଯନ୍ତ୍ର। ହେଲେ ଏହି ସବୁ ପରେ ଜନତା ଛାଡ଼ି ନଥିଲେ ପ୍ରଦିପ ଙ୍କ ହାତ। ପ୍ରଦୀପ ଙ୍କୁ ବିଜେଡ଼ି ହରାଇବା ପାଇଁ ସବୁ ପାୱାର ଲଗେଇଥିବା ବେଳେ ଜନତା ପ୍ରଦୀପ ଙ୍କୁ ଜିତାଇବାକୁ କରିଥିଲେ ପଣ। ଆଉ ଶେଷରେ ବିଜେଡ଼ି ର ସବୁ ପାୱାର କୁ ପ୍ରତି ହତ କରି ବିଜେଡ଼ି କୁ ଧୂଳି ଚଟାଇ ପ୍ରଦିପ ବିଜେପି ର ଧ୍ଵଜା ଉଡ଼ାଇଥିଲେ। ତେବେ ବିଜେପି ର ଗେହ୍ଲା ପୁଅ ସଜିଛନ୍ତି ପ୍ରଦିପ। ଜଣେ ସଚ୍ଚୋଟ ନେତାଙ୍କୁ ଦଳରେ ମିଶାଇ ବଳ ବୃଧି କରିଛି ବୋଲି ଜନତା କହୁଛନ୍ତି। ସେପଟେ ନିର୍ବାଚନରେ ବିଜୟୀ ଟୀକା ପିନ୍ଧିବା ଦିନଠୁ ଜନତା ଙ୍କ କାର୍ଯ୍ୟ ରେ ଦିନ ରାତି ଏକ କରି ଦେଇଛନ୍ତି ପ୍ରଦିପ। ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ଗୋଟି ଗୋଟି ପୁରଣ କରିବାରେ ଲାଗିଛନ୍ତି ପ୍ରଦିପ।