ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପାଠ ଚକ୍ର ରେ ସଭାପତି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରିୟମ୍ବଦା ପାତ୍ର,ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୂତି ଭୂଷଣ ଟାକ୍ରୀ ଙ୍କ ଦ୍ଵାରା ଶୁଭ ଉଦ୍ଘାଟନ କରିଥିଲେ|

ବ୍ଲକ ର ୧୪ ଟି ବିଦ୍ୟାଳୟରୁ ୧୪ ଜଣ ପ୍ରତିଯୋଗୀ ଓ ୧୪ ଜଣ ମାର୍ଗ ଦର୍ଶୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।କୃତ୍ରିମ ବୁଦ୍ଧିମତା ସମ୍ଭାବନା ଏଵଂ ଚିନ୍ତା ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ପାଠ ଚକ୍ରରେ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି ସାଙ୍ଗାନା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ କସ୍ତୁରୀ ରାଣୀ ଗୋପେ |

ସେ ଆସନ୍ତା ୨୫ ତାରିଖରେ କୋରାପୁଟ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବ ଜିଲ୍ଲା ସ୍ତରୀୟ ପାଠ ଚକ୍ର ରେ ଯୋଗ ଦେବେ।ଉକ୍ତ ପାଠ ଚକ୍ର ରେ ବିଚାରକ ଭାବେ ଲକ୍ଷ୍ମୀପୁର ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶୀତଳ ପ୍ରସାଦ ଦାସ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧ୍ୟାପକ ତାରିଣୀ ପ୍ରସାଦ ଶତପଥୀ। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ପାଠ ଚକ୍ର ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଜିତ୍ କୁମାର ସାମଲ,ସୁରୋଜ ନାୟର୍, ସପନ କୁମାର ଦୀକ୍ଷିତ ପ୍ରମୁଖ ସହଯୋଗ କରିଥିଲେ।