ବନ୍ଧୁଗାଁ ଥାନା ଅଧିନସ୍ଥ ଜାରପା ଗ୍ରାମରେ ଗୁଣିଗାରେଡି କୁ ସନ୍ଦେହ କରି ଜଣକୁ ହତ୍ୟା କରି ଜାଳି ଦେବା ଘଟଣାରେ ମଙ୍ଗଳବାର ଦିନ କୋରାପୁଟ ଅତିରିକ୍ତ ଏସପି ମନୋବ୍ରତା ଶତପଥୀ ସାମ୍ବାଦିକ ସମ୍ମିଳନୀ କରି ଆସାମୀ ମାନଙ୍କ ନାମ ପ୍ରକାଶ କରିଚନ୍ତି|

ଜାରପା ଗ୍ରାମର ଶିବ ମିଣ୍ୟାକାଙ୍କୁ ଜାରପା ଗ୍ରାମର ୫ ଜଣ ଲୋକେ ଯଥା ସାଙ୍ଗମା, କଂସାରୀ,ରୂପା,ଡୁମ୍ବୁରୀ ଓ ଜାଗିଲି ମିଣ୍ୟାକା ମିଶି ହତ୍ୟା କରି ଦଶ ମିଣ୍ୟାକା ଜୁଇରେ ମିଶାଇ ଜାଳି ଦେଇଥିଲେ।
ଏହି ଘଟଣାକୁ ଭିତ୍ତି କରି ବନ୍ଧୁଗାଁ ଥାନାରେ ୧୧୨/୨୦୨୪ ରେ ଏକ ହତ୍ୟା ମାମଲାର ରୁଜୁ କରି ଭାରତୀୟ ପିଙ୍ଗଳ କୋଡ଼ ୧୦୩/୨୩୮/୫୯୫ ଧାରାରେ ମାମଲା ରୁଜୁ କରିଛି|

ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ତଦନ୍ତ ଦାୟିତ୍ୱ ନେଇଥିବାରୁ ସେ ଜାରପା ପହଞ୍ଚି ହତ୍ୟା କରିଥିବା ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଉଥିବା ଅତିରିକ୍ତ ଏସପି ମନୋବ୍ରତା ଶତପଥୀ ସୂଚନା ଦେଇଛନ୍ତି।
ତେବେ ଗତ କିଛି ଦିନ ତଳେ କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ଥାନା ଅଧିନସ୍ଥ ଜାରପା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଥିଲା।

ଉକ୍ତ ଗ୍ରାମର ଦଶ ମିଣ୍ୟାକା ନାମକ ଜଣେ ବ୍ୟକ୍ତି କୈାଣସି କାରଣରୁ ନିଜ ଘରେ ହଠାତ୍ ମୃତ୍ୟୁ ହୋଇଯାଇ ଥିବା ବେଳେ ଜାରପା ଗ୍ରାମରେ ସମସ୍ତଙ୍କ ମୁଣ୍ଡ ବ୍ୟଥା ବଢ଼ି ଯାଇ ମନରେ ଗୁଣିଗାରେଡି ସନ୍ଦେହ ବଢ଼ିଯାଇଥିଲା। ଏହି ସମୟରେ ମୃତ୍ୟୁ ଦଶ ମିଣ୍ୟାକା ପରିବାର ଲୋକେ ଆଖପାଖ ନିଜ ସମ୍ପର୍କୀୟଙ୍କୁ ଖବର ଦେବା ପରେ ଶବ ଦାହ କରିବାକୁ ନିଜ ଗ୍ରାମ ଶ୍ମଶାନରେ ନେଇ ଶବ ଦାହ କରି ସେଠାରୁ ଘରକୁ ଫେରି ଜାଙ୍ଗମା ପରିବାର ଲୋକେ ପ୍ରତିଶୋଧ ପ୍ରରାୟଣ ହୋଇ ଉକ୍ତ ଗ୍ରାମର ନିଜ ସମ୍ପର୍କୀୟ ଶିବ ମିଣ୍ୟାକାଙ୍କୁ ଗୁଣି କରିଥିବା ସନ୍ଦେହ କରି ହତ୍ୟା କରିବା ପରେ ଗାଁ ଶ୍ମଶାନରେ ଦଶ ମିଣ୍ୟାକା ଜୁଇଁରେ ନେଇ ଶିବ ମିଣ୍ୟାକା ଶବ ଦାହ କରିଦେଇଥିଲେ।

ଏନେଇ ଗାଁରେ ଏକ ଅଶାନ୍ତ ପରିବେଷ ସୃଷ୍ଟି ହୋଇଥିବା ବେଳେ ବନ୍ଧୁଗାଁ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଏବଂ କୋରାପୁଟ ଜିଲ୍ଲା ସାଇନ୍ଟିଫିକ୍ ଟିମ୍ ଜାରପା ଗ୍ରାମରେ ପହଞ୍ଚି ଗୁଣିଗାରେଡି ସନ୍ଦେହରେ ଶିବ ମିଣ୍ୟାକା ହତ୍ୟା କରିଥିବା ସ୍ଥାନର ରକ୍ତ ଭିଜା ମାଟି ଏବଂ ଶ୍ମଶାନର ପାଉଁଶ ଜବତ କରିବା ସହ ଜାରପା ଗ୍ରାମର ଚାରିଜଣଙ୍କୁ ଅଟକ ରଖି ବନ୍ଧୁଗାଁ ପୋଲିସ ତଦନ୍ତ କରିଥିବା ସୂଚନା ମିଳିଥିଲା ,ତେବେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି|