ଜଗତସିଂହପୁର:୫/୨/୨୦୨୫
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠି ଖୁରାଣ୍ଟ ଅଞ୍ଚଳ ର ଜପା ପଞ୍ଚାୟତ ଠାରେ ଥିବା ଦାସମଠ ର ମହାପୁରୁଷ ଗାଦିବ୍ରହ୍ମ ପୀଠ ରହିଛି।
ଏଠାରେ ରେ ବାବା ଶୁକଦେବ ଦାସଙ୍କ ଅନୁପ୍ରାଣିତ ମାଘସପ୍ତମୀ ବାର୍ଷିକ ନାମଯଜ୍ଞ ଉତ୍ସବ ଖୁବ୍ ସୁଚାରୁ ରୁପେ ଅନୁଷ୍ଠିତ ହୋଇଯାଇଛି ।
ଏହି ପୀଠରେ ସକାଳ ୬ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ନାମ ସଙ୍କୀର୍ତ୍ତନ ହେଇଥିବା ବେଳେ. ବିଭିନ୍ନ ଧର୍ମାନୁଭିତିକ କାର୍ଯ୍ୟକ୍ରମ କରାଯାଇଥିଲା,
ଦିନ ୧୨ ଘଟିକା ଠାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ଭକ୍ତ ମାନଙ୍କ ପାଇ ଅନ୍ନ ପ୍ରସାଦ ପ୍ରଦାନ କରାଯିବାର ମଧ୍ୟ ଦେଖିବାକୁ ମିଳିଥିଲା
ଏହି ପୀଠରେ ଜପା ଓ କୁଞ୍ଜକୋଠି ପଞ୍ଚାୟତର ସମସ୍ତ ଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ଥିବା ବେଳେ. ମୁଖ୍ୟ ଭୂମିକାରେ ଖତୁ ସାହାଣୀ, ଅରୁଣ କୁମାର ସାମନ୍ତରା, ବିଜ୍ଞାନ ରାଉତ, ଶାମ ପଣ୍ଡା, ବାବୁ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।