ଏକ ଆଶ୍ବସ୍ତିକର ଖବର ଆସୁଛି – ତୀବ୍ର ତାତି ଭିତରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ଅନୁସାରେ, ଫେବୃଆରୀ ୧୯ରୁ ଆଗାମୀ ୪ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାକୁ ଯାଉଛି।
ଏସବୁ ସ୍ଥାନରେ ୟେଲୋ ୱାର୍ଣ୍ଣିଂ
ପଶ୍ଚିମା ଝଡ ପ୍ରଭାବରେ ଫେବୃଆରୀ ୧୯ରୁ ଚାରି ଦିନ ଧରି ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ବାଲେଶ୍ଵର ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହି ସମୟରେ ରାଜ୍ୟରେ ପ୍ରବଳ ତାତି ଆରମ୍ଭ ହୋଇଯାଇଛି। ଫେବ୍ରୁଆରୀ ମାସରେ ଏତେ ତୀବ୍ର ତାତି ଦେଖି ଲୋକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଏହି ବର୍ଷା ଦ୍ଵାରା ତାତିର ପ୍ରଭାବ କିଛିପରିମାଣରେ କମିପାରେ ।
ଅଧିକ ତଥ୍ୟ ନିମନ୍ତେ ପାଣିପାଗ ବିଭାଗର ସୂଚନା ଅପେକ୍ଷା କରନ୍ତୁ।