ବାଲେଶ୍ୱର ୦୧/୦୫: ଆଜି ଫକୀର ମୋହନ ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବ “ସମନ୍ଵୟ ୨୦୨୪” ପାଳିତ ହେବ। ଏହା ବିଶ୍ଵବିଦ୍ୟାଳୟର ନୂତନ କ୍ୟାମ୍ପସରେ ଥିବା ଖେଳ ପଡିଆଠାରେ ସନ୍ଧ୍ୟା ୬ଟା ସମୟର ଅନୁଷ୍ଠିତ ହୋଇ ରାତି ୧୦ ଟା ସମୟରେ ଉଦ୍ଯାପିତ ହେଇଯାଇଛି।

ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ବିଶ୍ଵବିଦ୍ୟାଳୟର ଆଲୁମିନି ଆସୋସିଏସନ୍ ର ସଭାପତି ଡ. ଚୌଧୁରୀ ସତ୍ୟବ୍ରତ ନନ୍ଦ, ସମ୍ମାନିତ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳସଚିବ କୁକୁମିନ ଦାସ, ଏବଂ ସଭାପତି ଭାବେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଯୋଗଦାନ କରିଥିଲେ।

ଏହି ଅବସରରେ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୂର୍ବରୁ ଅୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଛି.