ଓଡ଼ିଶା ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲାର ପାଞ୍ଚଟି ନିର୍ବାଚନ ମଣ୍ଡଳୀ ଏବଂ ସାଂସଦ କ୍ଷେତ୍ର ପାଇଁ ନିର୍ବାଚନୀ ପ୍ରଚାର ଶେଷ ହେଲା।
ବର୍ତମାନ ଜିଲ୍ଲା ପ୍ରଶାନ ତରଫରୁ
ପାଞ୍ଚଟି ନିର୍ବାଚନ ମଣ୍ଡଳୀରୁ ୧୧୫୯ ଗୋଟି ବୁଥରେ ପୋଲିଂ ପାର୍ଟି ଇଭିଏମ୍ ଓ ଭୋଟିଂ କାଗଜପତ୍ର ରିସିଭ୍ କରି ବୁଥ ଅଭିମୁଖେ ବାହାରିଲେ

ଏଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ସମସ୍ତ ପୋଲିଂ ବୁଥ ଦଳ ପାଇଁ ବୁଥରେ ପହଞ୍ଚି ନିମନ୍ତେ ସ୍ଵତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପାଞ୍ଚଟି ନିର୍ବାଚନ ମଣ୍ଡଳୀରୁ ୧୪୫ ଟି ବୁଥକୁ ସମ୍ବେଦନଶିଳ ବୁଥ ଭାବେ ଚିହ୍ନଟ କରାଯାଇଛି ଉକ୍ତ ବୁଥ ମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବା ନିମନ୍ତେ ଜିଲ୍ଲା ପାଳ ଭି. କିର୍ତ୍ତିବାସନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଜିଲ୍ଲାର ପାଞ୍ଚଟି ନିର୍ବାଚନର ୯ ଲକ୍ଷ ୭୬ ହଜାର ୬ ଶହ ୯୫ ଭୋଟର ଆସନ୍ତା ୧୩ ତାରିଖ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିଜ ମତ ସାବ୍ୟସ୍ତ କରିବେ। ଏଥି ପାଇଁ କୋରାପୁଟ ସାଂସଦ କ୍ଷେତ୍ର ପାଇଁ ୧୧ ଜଣ ସାଂସଦ ପ୍ରାର୍ଥୀ ଏବଂ ପାଞ୍ଚଟି ନିର୍ବାଚନ ମଣ୍ଡଳୀର ୪୭ ବିଧାୟକ ପ୍ରାର୍ଥୀଙ୍କଙ ନିଜ ନିଜର ମତ ସାବ୍ୟସ୍ତ କରିବେ ଭୋଟର ଏଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିଛନ୍ତି। ୧୩ ତାରିଖ ସକାଳ ୭ ଟା ରୁ ମତଦାନ ଆରମ୍ଭ ହବ।