ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ମରାତିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସୁବର୍ଣ୍ଣ ଜୟନ୍ତୀ ପାଳିତ l
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଛେଣ୍ଡିପଦାବିଧାୟକ ଶ୍ରୀଯୁକ୍ତ ଅଗସ୍ତି କୁମାର ବେହେରା, ମୁଖ୍ୟବକ୍ତା ଭାବେ ଗଣ୍ଡିବେଢ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକିଶୋର ଧର, ସମ୍ମାନୀତ ଅତିଥି ବି ଇ ଓ ଶ୍ରୀଯୁକ୍ତ ମାନସ ରଞ୍ଜନ ପୃଷ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ, ବଅଁରପାଳ, ୨୫ ନଂ ଜୋନ୍ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଦିଲ୍ଲୀପ ପ୍ରଧାନ, ସାମାଜିକ ଦାୟିତ୍ଵ ବୋଧ ଅଧିକାରୀ, ଜେ.ଏସ.ପି.ଏଲ., ଶ୍ରୀଯୁକ୍ତ ଜୟନ୍ତ କୁମାର ମହାନ୍ତି, ସାନ୍ତରାପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ନବିନା ବେହେରା, ସମିତି ସଭ୍ୟ ଶ୍ରୀଯୁକ୍ତ ଦୈତ୍ୟାରି ମହାଳିକ, ସିଆରସିସି, ବ୍ରଜମୋହନ ଉ.ପ୍ରା. ବିଦ୍ୟାଳୟ ଶ୍ରୀଯୁକ୍ତ ନରେନ୍ଦ୍ର ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରସାନନ୍ଦ ସାହୁ, ମରାତିରା ଗ୍ରାମର ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁଙ୍କ ଉପସ୍ଥିତ ଥିଲେ ।

ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ପ୍ରହଲ୍ଲାଦ ସାହୁ ଏବଂ ପ୍ରଥମ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଶ୍ୟାମଘନ କରଙ୍କ ସ୍ମୃତି ଚରଣରେ ୨ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ ହୋଇଥିଲା l ବହୁତ କମ ସମୟ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗର ହାତ ବଢାଇଥିବା ମରାତିରା ଗ୍ରାମବାସୀ ବୃନ୍ଦ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ, ବିଦ୍ୟାଳୟରେ ପାଠ ପଢ଼ାଉଥିବା ପୂର୍ବତନ ଶିକ୍ଷକ/ଶିକ୍ଷୟିତ୍ରୀ, ସ୍ବେଚ୍ଛାସେବୀ ଶିକ୍ଷୟିତ୍ରୀ, ବିଦ୍ୟାଳୟରେ ପାଠ ପଢିଥିବା ପୁରାତନ ଛାତ୍ର ଛାତ୍ରୀ, ବର୍ତ୍ତମାନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛୋଟ ଛାତ୍ର ଛାତ୍ରୀ ମାନଙ୍କର ଏବଂ କୁନି କୁନି କଳାକାରମାନଙ୍କର ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ଅତ୍ୟନ୍ତ ଚିତlକର୍ଷକ କରିଥିଲl l

ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ, ପ୍ରଧାନ ଶିକ୍ଷକ, ଅକ୍ଷୟ କୁମାର ସାହୁ, ଶିକ୍ଷକ ଗଜାନନ ପ୍ରଧାନ, ସନ୍ତୋଷ କୁମାର ଦେହୁରୀ, ବିକାଶ ଖିଲାର, ଶିକ୍ଷୟିତ୍ରୀ ଲିପି ନାୟକ, ପୁଷ୍ପାଞ୍ଜଳି ପଣ୍ଡା, ଲକ୍ଷ୍ମୀପ୍ରିୟା ଗୋଛlୟତ ଏବଂ ଲକ୍ଷ୍ମୀପ୍ରିୟା ସାଏ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସୂଚାରୁ ରୂପେ ସଫଳ କରିଥିବାରୁ ସମସ୍ତୁଙ୍କୁ ପୁରାତନ ଛାତ୍ର ଛାତ୍ରୀମାନଙ୍କ ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମରେ ଆସିଥିବା ସମସ୍ତ ମାନ୍ୟଗଣ୍ୟ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଅନୁଗୁଳ ରୁ ଜୟନ୍ତ ପ୍ରଧାନ ଙ୍କ ରିପୋର୍ଟ