ଦୁରହେଇଚି ସରସ୍ଵତି ପୂଜା କୁ ନେଇ ଦ୍ୱନ୍ଦ,ଫେବ୍ରୁଆରୀ ୨ ତାରିଖରେ ପାଳିତ ହେବ ସରସ୍ବତୀ ପୂଜା,ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ନୀତି ପ୍ରଶାସକ।

ବିଧି ଅନୁସାରେ ସେହି ଦିନ ରଥ କାଠ ଅନୁକୂଳ କରାଯିବ କହିଲେ,ଏପଟେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଞ୍ଜିକାରଙ୍କ କହିବା କଥା, ଶ୍ରୀକ୍ଷେତ୍ର ତଥା ଉତ୍କଳ ପ୍ରଦେଶରେ ଫେବ୍ରୁଆରି ୨ ହିଁ ବସନ୍ତ ପଞ୍ଚମୀ ତିଥି । ଯେହେତୁ ୩ ତାରିଖ ସୋମବାର ସକାଳ ୬ଟା ୫୯ ମିନିଟ୍ ଯାଏଁ ପଞ୍ଚମୀ ତିଥି ରହିଛି, ସେଦିନ ସରସ୍ବତୀ ପୂଜା ହୋଇପାରିବ ନାହିଁ । ୨ ତାରିଖ ରବିବାର ପୂର୍ବାହ୍ନ ୯ଟା ୨୩ ଯାଏଁ ଚତୁର୍ଥୀ ତିଥି ଥିଲେ ମଧ୍ୟ ପୂର୍ବାହ୍ନରେ ସରସ୍ବତୀ ପୂଜା ପାଳନ କରାଯିବା ବିଧେୟ । ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ଯେ ରବିବାର ଫେବ୍ରୁଆରି ୨ ତାରିଖରେ ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ନୀତି ପାଳନ କରାଯିବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବିଭିନ୍ନ ପଞ୍ଜିକାର ଏବଂ ପାଞ୍ଜି ସମୀକ୍ଷକଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଛି । ଆଉ ରବିବାର ଦିନ ସରସ୍ବତୀ ପୂଜା ନୀତି ସହ ତିନି ରଥର ନିର୍ମାଣ ପାଇଁ ୩ଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ ।