ପୁଣି ଥରେ ଛାତି ଥରେଇଲା ଗଣ ଦୁଷ୍କର୍ମ ,ଜଣେ ନୁହେଁ କି ଦୁଇଜଣ ନୁହଁ,
୪ ଜଣ ମିଶି କରିଲେ ଦୁଷ୍କର୍ମ ,ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଉଥେଇନେଲେ ଗାଁ ଯୁବକ |

ହଁ ଆଜ୍ଞା ଏ ଘଟଣା ଟି ଘଟିଚି -ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବିରିଗୁଡ଼ା ଠାରେ,
ଏଠାରେ ହେଉଥିବା ବୁଢ଼ୀ ଠାକୁରାଣୀ ଯାତ୍ରାରେ ଶନିବାର ଦିନ ରାତ୍ରରେ ଦେଶିଆ ନାଟକ ଦେଖିବାକୁ ଯାଇଥିଲେ ଜଣେ ନାବାଳିକା.
ପରିଡ଼ିଗୁଡ଼ା ଗ୍ରାମର ଏହି ନାବାଳିକା ଝିଅ ଗ୍ରାମର କିଛି ଲୋକଙ୍କ ସାଙ୍ଗରେ ବିରିଗୁଡ଼ା ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇଥିଲେ….
ଯାତ୍ରା ଅଧା ସମୟରେ ନାଟକ ଦେଖି ପରିସ୍ରା କରିବାକୁ ଯାଇଥିବା ଥିବା ଉକ୍ତ ନାବାଳିକା ଝିଅକୁ ଟିକିରି ଥାନା ଅଧିନସ୍ଥ ତୁଳସୀଛପର ଗ୍ରାମର ଚାରି ଜଣ ଯୁବ ନାଗେଶ୍ଵର ମାଝୀ,ସୁନୁ ମାଝୀ, ଅମୀନ ମାଝୀ ଓ ଦେବ ମାଝୀ ନିକଟସ୍ଥ ଜଙ୍ଗଲକୁ ନେଇ ଜଣକ ପରେ ଜଣେ ନାବାଳିକା ଝିଅକୁ ରାତିସାରା ଗଣ ଦୁଷ୍କର୍ମ କରି ଚାଲିଲେ
ଝିଅ ଅଚେତ ହୋଇ ପଡ଼ିବାରୁ ସକାଳ ହେବା ପୂର୍ବରୁ ସେଠାରୁ ଝିଅକୁ ଛାଡ଼ି ଚାଲି ଯାଇଥିଲେ। ଝିଅ ଚେତା ଆସିବା ପରେ ଘରକୁ ଫେରି ଗୋଟି ଗୋଟି କରି ସବୁ କଥା ନିଜ ସମ୍ପର୍କୀୟଙ୍କୁ କହିଥିବାରୁ ରବିବାର ଦିନ ଝିଅକୁ ଧରି ଘର ଲୋକେ ଲକ୍ଷ୍ମୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ..
ଲକ୍ଷ୍ମୀପୁର ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଏକ ଗଣ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ଝିଅକୁ ପ୍ରାଥମିକ ଚିକିତ୍ସା କରାଇବା ସହ ତୁଳସୀଛପର ଗ୍ରାମକୁ ଯାଇ ଚାରି ଜଣ ଗଣଦୁଷ୍କର୍ମ କାରିଙ୍କୁ ଗିରଫ କରିଛନ୍ତି। ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯିବ ବୋଲିି ଥାନା ଅଧିକାରୀ ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି।