୩୧/୧/୨୦୨୫, କୋରାପୁଟ
ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ଇଂଲିଶ ମିଡିୟମ୍ ସିଦ୍ଧେଶ୍ଵରୀ ପବ୍ଲିକ ସ୍କୁଲର ଆନୁଆଲ୍ ପିକ୍ନିକ୍ ଆଜି ଅନୁଷ୍ଠିତ ହୋଇଯାଇଛି।

ସ୍କୁଲର ସମସ୍ତ ଷ୍ଟୁଡେଣ୍ଟ୍ ଓ ପ୍ରିରିନ୍ସିପାଲ ଏବଂ ସମସ୍ତ କର୍ମଚାରୀ ମାନଙ୍କୁ ନେଇ ରଞ୍ଜିତଗୁଡ଼ା ଠାରେ ଥିବା ଫରେଷ୍ଟ ନର୍ସରୀ ଠାରେ ସ୍କୁଲର ବାର୍ଷିକ ପିକ୍ନିକ୍ ଆୟୋଜନ କରାଯାଇଥିଲା।

ଆଜି ହୋଇଥିବା ବଣ ଭୋଜି ରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା ଓ ନୃତ୍ୟ ପ୍ରରିବେଷଣ କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ସିଦ୍ଧେଶ୍ଵରୀ ପବ୍ଲିକ ସ୍କୁଲ ପ୍ରିନ୍ସିସିପାଲ ସସ୍ମିତା ବିଶ୍ଵାଳ ସୁସ୍ଵାଦ ଖାଦ୍ୟ ଓ ଆଇସକ୍ରିମ ଏବଂ ମିଠା ଖାଇବା ବ୍ୟବସ୍ଥା କରିଥିଲେ ।

ଛାତ୍ରଛାତ୍ରୀମାନେ ବଣ ଭୋଜି ଖାଇ ବେଶ୍ ଖୁସି ଅନୁଭବ କରିଥିଲେ। ଉକ୍ତ ଖାଦ୍ୟ ଗୁଡ଼ିକ ଲକ୍ଷ୍ମୀପୁର ର ପ୍ରସିଦ୍ଧ ପ୍ରଫୁଲ୍ଲ ମଉସା ପ୍ରସ୍ତୁତ କରିଥିବା ବେଳେ ଅଶୋକ ରଣା ପରିଚାଳନା କରିଥିଲେ।