
ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଜରପଡା ଥାନା ପକ୍ଷରୁ ପତିତପାବନ+୩ ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଜରପଡା ଥାନା ପୋଲିସ ପକ୍ଷରୁ ନୂତନ ଅପରାଧିକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଥାନା ଭାରପ୍ରlପ୍ତ ଅଧିକାରିଣୀ ଶ୍ରୀମତୀ ନିର୍ମଳା ଗୋଚ୍ଛାୟତ ଙ୍କ ଅଧ୍ୟକ୍ଷତାରେ ନୂତନ ଆଇନ୍ ର ଦିଗ ଉପରେ କଲେଜ୍ ର ଛାତ୍ର, ଛାତ୍ରୀ ତଥା କର୍ମଚାରୀ ମାନଙ୍କୁ ଅବଗତ କରାଇଥିଲେ।

ଏହି ସଚେତନତା ଶିବିର ଅନ୍ୟମାନଙ୍କ ମଧ୍ୟରେ କଲେଜ ର ଅଧ୍ୟକ୍ଷ ଶ୍ରୀ ଶରତଚନ୍ଦ୍ର ସାହୁ, ଅଧ୍ୟାପକ ଶ୍ରୀ ଜଗବନ୍ଧୁ ସାହୁ, ସବ୍ ଇନ୍ସପେକ୍ଟର ଲଳିତ ମୋହନ ବିଶ୍ଵାଳ, ଏ ଏସ୍ ଆଇ ସଞ୍ଜୟ ପଟ୍ଟନାୟକ, ସଞ୍ଜୟ କୁମାର ନାୟକ, ହେଡ କନେଷ୍ଟ୍ ବଳ ଅନ୍ତର୍ଯ୍ୟାମୀ ବିଶ୍ବାଳ , ପ୍ରଦୀପ ସାହୁ କାଳୀଚରଣ ଦାସ ଓ କଲେଜ ଅଧ୍ୟାପକ , ଅଧ୍ୟାପିକା, ତଥା କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ଲମ୍ବୋଦର ସାହୁ, ଜୟନ୍ତ ପ୍ରଧାନ, ଭୋଲେଶ୍ଵର ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇ ଥିଲେ l