ଭୁବନେଶ୍ୱର :- ରୁରାଲ (ପିଏଚ୍ଡି) ଡିଭିଜନର ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ ଜଣେ କଣ୍ଟ୍ରାକ୍ଟରଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।
ଭିଜିଲାନ୍ସ ତାଙ୍କଠାରୁ ସମୁଦାୟ ଉକ୍ତ ୧ଲକ୍ଷ ଟଙ୍କା ସହ ସମ୍ଭ୨ଲକ୍ଷ ୨୬ ହଜାର ଟଙ୍କା ଜବତ କରିଛି। ଏଥ୍ ସହିତ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନରେଶଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ଉ ଜାରି ରଖୁଛି।

ଜଣେ କଣ୍ଟ୍ରାକ୍ଟରଙ୍କ ୭ ଲକ୍ଷ ଟଙ୍କାର ବିଲକୁ ପାଶ୍ କରିବା ଲାଗି ସେ ଏହି ଟଙ୍କା ଦାବି କରିଥିଲେ। ନରେଶଙ୍କ ପାଖକୁ ଉକ୍ତ କଣ୍ଟ୍ରାକ୍ଟ କ୍ଟର ଜଣକ ବିଲ୍ ପାଇବା ପାଇଁ ବାରମ୍ବାର ତାଙ୍କ କାର୍ଯ୍ୟାଳୟକୁ ଦୌଡିଥିଲେ। ମାତ୍ର ସହକାରୀ ଯନ୍ତ୍ରୀ ବିଲ୍ ଦେବାକୁ ବିଳମ୍ବ କରିଥିଲେ। ଶେଷ ରେ ଏକ ଲକ୍ଷ ଟଙ୍କା ଏବାବଦକୁ ଦେଲେ ବିଲ୍ ପାଶ୍ କରାଇ ଦେବାକୁ କହିଥିଲେ ନରେଶ।
ଏଣୁ କଣ୍ଟ୍ରାକ୍ଟର ଜଣକ ବାଧ୍ୟହୋଇ ଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଭିଜିଲନ୍ସ ଅଧୂକାରୀଙ୍କ ଯୋଜନା ଅନୁଯାୟୀ ଆଜି କାର୍ଯ୍ୟାଳୟରେ ଏକ ଲକ୍ଷ ଟଙ୍କା ନରେଶଙ୍କୁ ଦେବା ବେଳେ ସେଠାରେ ଛକି ରହିଥିବା ଭଜିଲାନ୍ସ ଟିମ୍ ତାଙ୍କୁ ଧରିବା ସହ ଏକ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା। ଏଥି ସହିତ ତାଙ୍କ ପାଖରେ ଥିବା ଆଉ ୧ଲକ୍ଷ ୨୬ ହଜାର ଟଙ୍କା ସହ ମୋଟ ୨ଲକ୍ଷ ୨୬ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି। ଲାଞ୍ଚନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କ ବିରୋଧରେ ମାଲା ରୁଜୁ କରି ତଦନ୍ତ ଚଳାଇଛି।