ମୋହନ ମାଝୀ ସରକାର ଅବିଳମ୍ବେ ବୈଷୟିକ, ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷାରେ ସଂରକ୍ଷଣ କରନ୍ତୁ। ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବେ ବୋଲି ରଣେନ୍ଦ୍ର ପ୍ରତାପ ଚେତାବନୀ ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱାଇଁ କହିଛନ୍ତି, ବୈଷୟିକ, ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷାରେ obc ଙ୍କୁ ସଂରକ୍ଷଣ କରିବାକୁ ଦାବି କରିଥିଲେ। ମେଡିକାଲ, ଇଞ୍ଜିନିୟରିଙ୍ଗ ସମେତ ଅନ୍ୟ ବୈଷୟିକ, ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷାରେ ସଂରକ୍ଷଣ ଦେବାକୁ ଦାବିମଧ୍ଯ ହୋଇଥିଲା। ସଂରକ୍ଷଣ ନ ମିଳିଲେ ଆନ୍ଦୋଳନ ହେବ। ବିଧାନସଭା ଭିତରେ ଓ ବାହାରେ ହେବ। ସଡ଼କରୁ ସଂସଦ ଯାଏଁ ଆନ୍ଦୋଳନ ହେବ। ଆମେ ଜାତିବାଦ ଚାହୁଁନା। ମାତ୍ର ଜାତି ନେଇ ବାଛ, ବିଚାର କରିବା ଅନୁଚିତ। ଯେବେ ମୁଖ୍ୟମନ୍ତ୍ରୀ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ପାଠ ପଢ଼ା ପାଇଁ obcଙ୍କ ବାବଦରେ 27 ପ୍ରତିଶତ ସଂରକ୍ଷଣ କରିବେ ମୁଁ ସ୍ବାଗତ କରିବି। ଅନ୍ୟ ରାଜ୍ୟଗୁଡିକରେ ଥିବା ବେଳେ ଆମର କିନ୍ତୁ ସଂରକ୍ଷଣ ଶୂନ୍ୟ।ଏପରି କରି ଆମକୁ ଭୁଆଁ ବୁଲାଉଛନ୍ତି ସରକାର।

ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାକୁ ବିଧାନସଭାରେ ଦାବି କରିଥିଲୁ। ଏ ସରକାର sebcr ଅର୍ଥ ବୁଝି ନାହାନ୍ତି। ସମ୍ବିଧାନର ଅର୍ଥନୈତିକ ପ୍ରାବଧାନ ନାହିଁ। ଯାହା ଭ୍ରମତ୍ମକ। ଭଣ୍ଡେଇବା ସଦୃଶ।ବାଣପୁର କଲେଜର ବାଣିଜ୍ୟ ବିଭାଗରେ 3 ଜଣ ପିଲା ହେଲେ 9 ଜଣ ଶିକ୍ଷକ। ସେଠି ସଂରକ୍ଷଣ ରହି ଲାଭ କଣ। ଅନ୍ୟ ରଜ୍ୟରେ obcଙ୍କ ଅଧିକ ସଂରକ୍ଷଣ ରହିଛି। ସରକାର ଯଦି ସବୁ ମିଶାଇ 56% ହେବ ବୋଲି ଯୁକ୍ତି ବାଢିଛନ୍ତି, ଆଉ 16 ପ୍ରତିଶତ ଦେବାରେ ଅସୁବିଧା କେଉଁଠି। କୋର୍ଟ ନିଯୁକ୍ତିରେ କଟକଣା କରିଛନ୍ତି। ଶିକ୍ଷା କ୍ଷେତ୍ରରେ ନୁହଁ। ଯେଉଁ ସରକାର ଜାତି ଜନଗଣନାକୁ ବିରୋଧ କରୁଥିଲା, ଏବେ ସେହି ସରକାର କରିବାକୁ ବାଧ୍ୟ ହେଲେ। ସାମାଜିକ ନ୍ୟାୟ ନେଇ ଆଗରୁ ଆନ୍ଦୋଳନ ହୋଇଥିଲା ଏବେ ବ୍ୟାପକ ହେବ। ବିଧାନସଭରେ ତଥ୍ୟ ରହିଛି। ଦଳ, ମତ ନିର୍ବିଶେଷରେ ଆନ୍ଦୋଳନ ହେବ। ଆର୍ଥିକ କଟକଣା ନଥିଲା ବେଳେ ଏହା ଜାରି ରହିବାକୁ ବିରୋଧ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
