ବିଜେଡିର କୌଣସି କମିଟିରେ ନ ରହିବା ପରେ ଭୂପିନ୍ଦର ସିଂଙ୍କ ପ୍ରତିକ୍ରିୟା ଦେଉଛନ୍ତି|
ସେ କହିଛନ୍ତି କାହିଁକି ବାଦ ପଡ଼ିଲି ଯେଉଁ ମାନେ ଦାୟିତ୍ଵ ରେ ସେମାନେ ଜାଣିଥିବେ। ଲୋକଙ୍କ ଆଶୀର୍ବାଦ ସବୁବେଳେ ଅଛି ମୋ ପାଖେ, ଏମଏଲଏ ନଥିଲେ ବି ଅଧିକ ସମ୍ମାନ ମୁଁ ପାଉଛି।
ବରିଷ୍ଠ ନେତା କଣ ମେଳି କରି କଣ ଦଳ ବିରୋଧୀ କାର୍ଯ୍ୟ କରିଥିଲେ ମାତ୍ର ସେମାନଙ୍କ ଭିତରୁ ବି ଅନେକ କମିଟି ରେ ଅଛନ୍ତି। ସବୁ ନିଷ୍ପତ୍ତି ନବୀନ ବାବୁ ନିଅନ୍ତୁ ବୋଲି ଆମେ ପରାମର୍ଶ ଦେଇଥିଲୁ।
ମୁନା ଖାନ୍ ଖୁସି ନାହାଁନ୍ତି ନିଜ ପଦକୁ ନେଇ ବୋଲି ମିଡିଆ ରୁ ଶୁଣିଲି। ଆହୁରି ବି ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଅଛନ୍ତି। ମୋ ପାଖେ ସେଭଳି ଖବର ଅଛି।
ସଧାରଣରେ ଆଲୋଚନା ହେଉଛି ଯେ ବିଜେଡ଼ି ରେ ବିଶେଷ କିଛି ଢାଞ୍ଚାଗତ ପରିବର୍ତ୍ତନ ହୋଇନାହିଁ। ଏହା ଉପରେ ଯଦି ସମ୍ପୂର୍ଣ୍ଣ ଭାବେ ଦଳ ବିଚାର ନକରେ ତେବେ ଆସନ୍ତା ଦିନରେ ଦଳ ପାଇଁ ଠିକ୍ ହେବନି।
ବିରୋଧୀ ଦଳରେ କେବଳ ଆମେ ନାହୁଁ କଂଗ୍ରେସ ବି ଅଛି। କିନ୍ତୁ ବିଜେଡ଼ି ଏକ ଶକ୍ତ ବିରୋଧୀ ହୋଇପାରୁ ନାହିଁ ବୋଲି ଲୋକଙ୍କ ଭିତରେ ଚର୍ଚା। ବିଜେପି ସାଙ୍ଗରେ ବିଜେଡ଼ି ସବୁବେଳେ ରୁହେ। ଚର୍ଚା ବି ହେଉଛି ପାର୍ଲିଆମେଣ୍ଟ ନିର୍ବାଚନ ରେ ଜାଣିଶୁଣି ବିଜେପି ପାଇଁ ସହଯୋଗ କରିଥିଲା bjd। ଯାହା ଚର୍ଚା ହେଉଚି ତାକୁ ଯଦି ଆମେ ମିଛ ଭାବିବା ତାହାଲେ ଫଳ କିଛି ମିଳିବନି।
ତେବେ ଭୂପିନ୍ଦର ସିଂ ଯଦି କଂଗ୍ରେସ କୁ ଫେରିବାକୁ ଚାହିଁଲେ ତାଙ୍କୁ ସ୍ବାଗତ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା.

ତେବେ ଭୂପିନ୍ଦର କହିଛନ୍ତି ସବୁ ଦଳରୁ ମୋତେ ଅଫର ଅଛି।୨୦୨୪ ନିର୍ବାଚନ ସମୟରେ ବିଜେପି ଟିକେଟ ଦେଉଥିଲା। ଏବେବି ବିଜେପିରୁ ଅଫର ଅଛି। କଂଗ୍ରେସରୁ ବି ଅଫର ଅଛି। ଭଲ ଖେଳାଳି କୁ ସମସ୍ତେ ନେବାକୁ ଚାହାନ୍ତି।ଭଲ ଖେଳାଳିର ସବୁ ବେଳେ ଅଧିକ ଡିମାଣ୍ଡ ଥାଏ। କିନ୍ତୁ ଏଯାଏ ମୁଁ ଚିନ୍ତା କରିନି କଣ କରିବି। ଲୋକଙ୍କ ସମର୍ଥନ ମୋ ଉପରେ ରହିଛି ବୋଲି କହିଛନ୍ତି ଭୂପିନ୍ଦର।