ରୋଟାରୀ 3262 ଅନୁଷ୍ଠାନ ତରଫରୁ, କନ୍ୟାର ମାନ, ସମ୍ମାନ ଓ ସ୍ୱାଭିମାନ ର ସୁରକ୍ଷା ପାଇଁ ଆଗାମୀ ଦିନରେ ବ୍ୟାପକ ସଚେତନତା କାର୍ଯକ୍ରମ ଆୟୋଜନ କରିବାକୁ ଯାଉଅଛି, ଏହି କାର୍ଯ୍ୟକ୍ରମ ରେ ଆସନ୍ତା 25ତାରିଖ ରବିବାର ଅପରାହ୍ନ 5ଟା ବେଳେ ପୁରୀରେ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ‘ ଏକ କଦମ କନ୍ୟା କେ ଲିୟେ ” ର ଶୁଭାରମ୍ଭ ରୋଟାରୀ ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ରଙ୍କ ଦ୍ୱାରା ଆରମ୍ଭ ହେବ, ଏହି ସଚେତନତା ରଥ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଭୁବନେଶ୍ୱର, କଟକ, ଯାଜପୁର, ଆନନ୍ଦପୁର, କେନ୍ଦୁଝର, ଯୋଡ଼ା, ବରବିଲ, ରାଇରଙ୍ଗପୁର, କରଞ୍ଜିଆ, ବାରିପଦା, ବାଲେଶ୍ୱର, ଭଦ୍ରକ,ଭଣ୍ଡାରିପୋଖରୀ,ଯାଜପୁର, ପାରାଦ୍ୱୀପ, ଜଗତସିଂପୁର, ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର, ଭଞ୍ଜନଗର, ପୁଲବାଣୀ, ନୟାଗଡ, ଢେଙ୍କାନାଳ, ଅନୁଗୁଳ ପରିକ୍ରମା କରିବାର ସ୍ଥିର କରାଯାଇଛି |
ଏହି ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ରୋଟାରୀ କ୍ଲୁବର ପ୍ରତିନିଧି ଓ ସ୍ଥାନୀୟ ବୁଦ୍ଧିଜୀବୀ, ପ୍ରାସନିକ ଅଧିକାରୀ ମାନେ ଯୋଗ ଦେଇ କନ୍ୟା ସୁରକ୍ଷା ପାଇଁ ବକ୍ତବ୍ୟ ରଖିବେ, “ଡ୍ରପ ଉର ଅନମୋଲ ମେସେଜ ” ମାଧ୍ୟମରେ ମଧ୍ୟ ସେମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ରୋଟାରୀ ଜ଼ିଲ୍ଲା ସହ ପ୍ରାନ୍ତପାଳ ତଥା ” କନ୍ୟା ଅନମୋଲ ହୈ “ର ରାଷ୍ଟ୍ରୀୟ ସଂଯୋଜକ ରୋଟାରୀଆନ ସରୋଜ ଦାଶ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାଶ ଏହି କାର୍ଯକ୍ରମର ବିସ୍ତୃତ ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ 3262 District Governor ଯଜ୍ଞାସିସ ମହାପାତ୍ରଆଗାମୀ ଦିନରେ କନ୍ୟାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରୋଟାରିଆନ ସସ୍ମିତା ଦାଶ, ଅଂଶୁ ତ୍ରିପାଠୀ, କନ୍ୟା ଅନମୋଲ ହୈ “ର ସଭାପତି ଦେବସ୍ମିତା ଦାସ, ବିଦିଶା ପ୍ରିୟଦର୍ଶିନୀ, ଜଗବନ୍ଧୁ ପଣ୍ଡା, ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମ ରାଜ୍ୟ ବ୍ୟାପୀ ବରିଷ୍ଠ ରୋଟାରିଆନ, ରୋଟାରୀର ସଭାପତି ଓ ସମ୍ପାଦକ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହେବ ବୋଲି ରୋଟାରୀଆନ ଶ୍ରୀ ଦାଶ କହିଛନ୍ତି।