ଏସିଆ ମହାଦେଶକୁ ଫେରିଲା କୋଭିଡ । ଥାଇଲାଣ୍ଡ, ହଁକଙ୍ଗ ଓ ସିଙ୍ଗାପୁରରେ ଏବେ ବଢି ଚାଲିଛି ରୋଗୀ ଙ୍କ ସଂଖ୍ୟା ।
ଏ ବର୍ଷର ସର୍ବାଧିକ ସଂକ୍ରମଣ ମାମଲା ହଙ୍ଗକଙ୍ଗରୁ ରିପୋର୍ଟ ହୋଇଛି ।
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ସହ ଆଲୋଚନା କରିଛି । ଓଡ଼ିଶାରେ କୌଣସି ଆକ୍ରାନ୍ତ ଏ ଯାବତ୍ ରିପୋର୍ଟ ହୋଇନାହିଁ ।

ତେବେ କେନ୍ଦ୍ର ସରକାରଙ୍କ ସହ ବି ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । ଏବଂ ସମସ୍ତ ଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । କାରଣ ସିଙ୍ଗାପୁର, ଥାଇଲାଣ୍ଡ ଓ ହଙ୍ଗକଙ୍ଗରେ କେଶ ବଢିବା ସହ ମୃତ୍ୟୁ ଖବର ବି ଆସିଛି ।
ଏହା ନୂଆ ଭାରିଆଣ୍ଟ ନ ହୋଇଥିଲେ ବି ଶରୀରରୁ ପ୍ରତିଶେଧକ ବା ଆଣ୍ଟିବଡି କମିବାରୁ ଏହି ସଂକ୍ରମଣ ହୋଇଥିବା କୁହାଯାଉଛି । ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ମେଡିକାଲ କଲେଜରେ ଟେଷ୍ଟିଙ୍ଗ ଚାଲିଛି । ବହୁ ଦିନ ହେଲା କୌଣସି ପଜିଟିଭ ଚିହ୍ନଟ ହୋଇନି ।