୩୧/୧/୨୦୨୫, ଗଞ୍ଜାମ
ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ପାଇଁ ଉପନିର୍ବାଚନ ଭୋଟ ପ୍ରକ୍ରିୟା କରାଯାଥ୍ଲା । ଏହି ବ୍ଲକ ର ୧୭ ଟି ଗ୍ରାମ ପଞ୍ଚାୟତ ର ସମିତିସଭ୍ୟ ମାନେ ଭୋଟ ପ୍ରଦାନ କରିଥିଲେ । ଉଭୟ ଦଳର ସମର୍ଥକ ମାନଙ୍କ ବାହାରେ ଭିଡ଼ ଦେଖିବାକୁ ମିଳିଥିଲା । ୬ମାସ ପୂର୍ବେ ଅଧ୍ଯକ୍ଷ ଥୂବାଗଞ୍ଜାମ ବେଲଗୁଣ୍ଠା ବ୍ଳକ ର ପ୍ରାକ୍ତନ ଅଧକ୍ଷ ପ୍ରସାନ୍ତ କୁମାରନାୟକ ଙ୍କ ପରଲୋକ ହେବା ପରେ ସରକାରଙ୍କ ନିର୍ଦେଶ କ୍ରମେ ବେଲଗୁଣ୍ଠା ପଞ୍ଚାୟତ ସମିତିର ଅଧକ୍ଷ ପଦବୀ ପାଇଁ ବିଜେଡି ପାଇଁ ମମତା ଭୋଳ ଓ ବିଜେପି ପାଇଁ ଗିତାଞ୍ଜଳି ବିଷୋୟୀ ପ୍ରାଥୀ ହୋଇଥିଲେ l

ଏଥିରେ ବିଜେଡି ସମର୍ଥିତ 9 ଜଣ ସମିତି ସଭ୍ଯ ଓ ବିଜେପିର 8ଜଣ ସମିତିସଭ୍ଯ ମତଦାନ କରିଥିବା ଜଣାପଡିଛି ସର୍ବମୋଟ 17ଜଣ ସମିତି ସଭ୍ୟ ବେଲଗୁଣ୍ଠା ସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ନିଜର ମତଦାନ କରିଛନ୍ତି !

ଉପନିର୍ବାଚନ କୁ ଶାନ୍ତି ଶ୍ରୁଙ୍ଖଳାର ସହିତ କରିବା ପାଇଁ ନିର୍ବାଚନ ଦାୟିତ୍ୱ ରେ ଭଞ୍ଜନଗର ତହସିଲଦାର ଉମା ଶଙ୍କର ବେହେରା , ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ,ଭଞ୍ଜନଗର ଏସଡୀପୀଓ ସୁଜୀତ କୁମାର ନାୟକ ଙ୍କ ସହ ବେଲଗୁଣ୍ଠା ଥାନା ଅଧିକାରି ବନବିହାରୀ ପ୍ରଧାନ ଙ୍କ ସମେତ ଏକ ସେକ୍ସନ ମହିଳା ପୋଲିସ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମଧ୍ୟ ମୁତୟନ ହୋଇ ଥିଲେ l କୋର୍ଟ ଙ୍କ ନିର୍ଦେଶ ପରେ ଗଣତି ହୋଇ ବିଧିବଦ୍ଧ ଘୋଷଣା କରାଯିବ ବୋଲି ଜଣାପଡିଛି l

୬ମାସ ପୂର୍ବେ ଅଧ୍ଯକ୍ଷ ଥୂବା ପ୍ରଶାନୁ ନାୟକ ଙ୍କ ଦେହାନ୍ତି ହେବା ପରେ ବ୍ଳକ ର ଅଧ୍ଯକ୍ଷ ପଦ ଖାଲି ପଡିଥିଲା । ଆଜି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସମିତି ସଭ୍ୟ ମାନେ ମତଦାନ କରି ଅଜ୍ଞାତ ବାସରେ ଥିଲେ । ଆଜି ଶାନ୍ତିଶୃଙ୍ଖଳା ରେ ଉପନିର୍ବାଚନ ସରିଛି ହେଲେ ଉଚ୍ଚ ନ୍ୟାୟାଳୟର ନିର୍ଦେଶ କ୍ରମେ ଆଜି ଫଳାଫଳ ଘୋଷଣା କରାଯାଇନଥୂବା ନିର୍ବାଚନ ଅଧିକାରୀ ପ୍ରକାଶ କରିଥିଲେ ମାତ୍ର ବିଜୁଜନତା ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଇଛି ।