ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଜରପଡା କୁ ବ୍ଲକ୍ ମାନ୍ୟତା ଦେବାକୁ ଆଜି ଅପରାହ୍ନ ୩ ଘଟିକା ସମୟରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜରପଡା ର ବାବା ଧବଳେଶ୍ୱର ଙ୍କ ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକ ରେ ନୂତନ ବ୍ଲକ୍ ଗଠନ ଏବ ଅନ୍ୟାନ୍ୟ ଆନୁଷଙ୍ଗିକ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ,ବିଭାଗୀୟ ମନ୍ତ୍ରୀ ଓଡ଼ିଶା ଓ କେନ୍ଦ୍ର ମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବି ଜଣାଇବା ପାଇଁ ସ୍ଥିର ହୋଇଥିଲା।
ଏହି ଅବସରରେ ଆଞ୍ଚଳିକ ବିକାଶ ପରିଷଦ ଓ କ୍ରିୟାନୁଷ୍ଠାନ କମିଟି ସଭାପତି ସୁଦୀପ ଗଡ଼ନାୟକ,ସମ୍ପାଦକ ନିଳକଣ୍ଠ ସାହୁ ଙ୍କ ସମେତ ସମସ୍ତ ସଦସ୍ୟ ତଥା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଜରପଡା କୁ ନୂତନ ବ୍ଲକ୍ ମାନ୍ୟତା ଦାବି ପାଇଁ ଜୋରଦାର ଲଢେଇ ଜାରି ରହିବ ବୋଲି ଆହ୍ବାନ ଦେଇଥିଲେ।