୩୧/୦୧/୨୦୨୫, ଅନୁଗୁଳ,ଓଡ଼ିଶା
ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଜରପଡା ପତିତ ପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ଶକ୍ତି ସ୍ୱରୂପା ଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ଅଗସ୍ତି ବେହେରା ଯୋଗଦେଇ ପ୍ରଭୂ ଶ୍ରୀ ଜଗନ୍ନାଥ ତଥା କଲେଜ ର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବାଳକୃଷ୍ଣ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ଧରଣୀଧର ନାଥ, ସମ୍ମାନିତ ଅତିଥି ଭାବେ ଅନୁଗୋଳ ଜିଲ୍ଲା ଅଡିଟ ଅଫିସର୍ ପ୍ରମୋଦ କୁମାର ସାହୁ ଯୋଗଦେଇଥିଲେ।

ଓଡ଼ିଆ ଅଧ୍ୟାପକ ହରମୋହନ ଦାସ ମଞ୍ଚ ପରିଚାଳନା କରିଥିଲେ। ଉତ୍ସବରେ ବରିଷ୍ଠ ଶିକ୍ଷକ ଲିଙ୍ଗରାଜ ପ୍ରଧାନ, ଅଭିରାମ ସାହୁ, ସତ୍ୟାନନ୍ଦ ସାହୁ, ଅଧ୍ୟାପକ ଅଶୋକ କୁମାର ଗଡ଼ନାୟକଙ୍କୁ ଅତିଥି ମାନେ ପୁଷ୍ପଗୁଚ୍ଛ ସହିତ ଉତ୍ତରିୟ ଉପ ଢ଼ୌକନପ୍ରଦାନ କରିଥିଲେ । ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭାକାର୍ଯ୍ୟ ପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯକ୍ରମକୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନଭରି ଉପଭୋଗ କରିଥିଲେ। କ୍ରୀଡ଼ା ଶିକ୍ଷକ ରଞ୍ଜନ କୁମାର ସାହୁଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରି ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଅଶୋକ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।